ଜଳରୁ ସୃଷ୍ଟି ଏ ସାରା ଜଗତ ଯେ
ଜଳ ହିଁ ଜୀବନ,
ଆଦ୍ୟ ଜୀବଦାନ କରିଛି ସେ ଜାଣ
ଦେଇ ମନ, ପ୍ରାଣ ।।୧।।
ପ୍ରଭାତ ପ୍ରହରୁ ନିଦ୍ରା ଯିବା ଯାଏଁ
ଜଳ ହିଁ ସାଧନ,
ପ୍ରାଣୀ ଉଦ୍ଭିଦର ଚିର କାଳ ସଖା
ଅତି ମୂଲ୍ୟବାନ ।।୨।।
ଚାଷୀଭାଇ ବନ୍ଧୁ କି ଜଳବିଦ୍ୟୁତ
ମର୍ମେ ଅଛି ଜଳ,
ନ ମିଳିବ ଯଦି ବାରି ଟୋପାଏ ତ
ସରିଯିବ କାଳ ।।୩।।
ଶରୀର ପ୍ରଧାନ ଜଳ ଉପାଦାନ
ରହିଅଛି ଭରି,
ଜଳ କମିଗଲେ ଜୀବନ ଆମର
ଯିବ ଅପସରି ।।୪।।
ଜଳରୁ ହିଁ ଜାତ ଏ ସାରା ଜଗତ
ଏ ଅମୃତମୟ,
ଜଳ ଗଲେ ନାଶ ହେବ ସର୍ବନାଶ
ବିଲୟ ହିଁ ଥୟ ।।୫।।
ଶୁଚିସ୍ମିତା ଗୌଡ
ଶିକ୍ଷୟିତ୍ରୀ,
ସ. ନୂ.ଉ.ପ୍ରା. ବିଦ୍ୟାଳୟ, ଲୁଚୁକିବାହାଲ
ଲୋଇସିଂହା, ବଲାଙ୍ଗୀର


0 Comments